ଜମ୍ମୁ କଶ୍ମୀର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର; ୩ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଘାଟୀରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିଚାଲିଛି। ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଘଟଣା ସାମ୍ନାକୁ ଆସୁଛି। ସୁରକ୍ଷା ବାହିନୀର ଯବାନମାନେ ଆଲର୍ଟ ଥିବା ସତ୍ତ୍ବେ ଆତଙ୍କବାଦୀମାନେ ହିଂସା ପ୍ରବୃତ୍ତିରୁ ନିବୃତ୍ତ ରହୁ ନାହାନ୍ତି। ବଡ଼ଗାମ୍‌ର ଜୋଲୱା କ୍ରାଲପୋରା ଅଞ୍ଚଳରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛି।

କଶ୍ମୀର ଜୋନ୍‌ ପୋଲିସ ଜାତୀୟ ଗଣମାଧ୍ୟମକୁ କହିଛି ଯେ, ଜୋଲୱା କ୍ରାଲପୋରା ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ସଂପର୍କିତ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଅତର୍କିତ ଭାବେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷା ବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇ ପ୍ରଥମେ ଗୁଳି କରିଥିଲେ। ଯବାନମାନେ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିବା ଜଣାପଡ଼ିଛି। ତେ‌ବେ ଏହି ଘଟଣା ପରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରଶେନ ଜାରି ରଖିଛନ୍ତି।