କାରାଗାରରେ ବନ୍ଦୀ ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ଜଣେ ବନ୍ଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରିଆମାଳ ଥାନା ଭିତରପଦ ଗ୍ରାମର କେଶବ କୁମୁରା । ମିଳିଥିବା ରିପୋର୍ଟ ମୁତାବକ, କେଶବ ୨୦୦୯ ମସିହା ନଭେମ୍ବର ୧୧ ତାରିଖରୁ ହତ୍ୟା ମାମଲାରେ ବନ୍ଦୀ ଥିବାବେଳେ ୨୦୧୦ ମସିହା ଅକ୍ଟୋବର ୮ ତାରିଖରେ କୋର୍ଟ ଆଜୀବନ ସଜା ଶୁଣାଇଥିଲେ । ପରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ କେଶବ କାରାଗାରରେ ଚିକିତ୍ସାଧୀନ ଥିଲେ । ଗତକାଲି ସନ୍ଧ୍ୟାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେଲ କର୍ତ୍ତୃପକ୍ଷ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜେଲ ଅଧିକ୍ଷକ ବିକାଶ ସାହୁ ସୂଚନା ଦେଇଛନ୍ତି ।