କାର୍ଯ୍ୟରତ ଅମଲାଙ୍କ କଳାବ୍ୟାଜ ପରିଧାନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ଅମଲା ନ୍ୟାଯ୍ୟ ଦାବୀ ପୂରଣ ଦିଗରେ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ପ୍ରତିବାଦରେ ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅମଲା କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରି ଅଫିସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାସ୍ତରୀୟ ଅମଲା ସଂଘର ନିଷ୍ପତ୍ତି ଅନୁସାରେ ୨୬ ତାରିଖରୁ ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରି ଆସୁଛନ୍ତି । ପ୍ରତିବାଦ ସ୍ୱରୂପ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜିଲ୍ଲା ଅମଲା ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର କହିଛନ୍ତି । ଯଦି ସରକାର ଅମଲାଙ୍କର ଏକ ମାତ୍ର ଦାବୀ ଗ୍ରେଡ ପେ ୪,୨୦୦ ଟଙ୍କା ଧାର୍ଯ୍ୟ କରିବାକୁ ଗ୍ରହଣ କରିବେ ନାହିଁ ତେବେ ଆସନ୍ତା ୧ତାରିଖରୁ ସମୁହ ଛୁଟି ନେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅମଲା ସଂଘ ପକ୍ଷରୁ ପୂର୍ବରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲେ ।