ସୁପ୍ରିମକୋର୍ଟ ପହଞ୍ଚିଲା ସଂସଦ ଭବନ ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନ କରାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏଥିରେ ଉଲ୍ଲେଖ କରାଯାଇଛି କି, ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ । ସମ୍ବିଧାନର ଧାରା ୭୯ ଅନୁସାରେ ରାଷ୍ଟ୍ରପତି ସଂସଦର ମଧ୍ୟ ଏକ ଅଭିଛିନ୍ୟ ଅଙ୍ଗ । ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନ ନକରିବାର ଲୋକସଭା ସଚିବାଳୟ ଯେଉଁ ନିଷ୍ପତ୍ତି ନେଇଛି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ।

ଏହି ପିଟିସନ ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆର ଜୟାସୁକିନ । ତାମିଲନାଡ଼ୁର ଜୟାସୁକିନ ପେଶାରେ ଜଣେ ଓକିଲ । ସେ ଲଗାତାର ଭାବେ ଜନସ୍ୱାର୍ଥ ମାମଲା ଦାୟର କରିଥାନ୍ତି ।