ଫୁଲବାଣୀ,ଚକାପାଦ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଶଙ୍କରାଖୋଲ କୋଭିଡ୍ କେୟାର ସେଣ୍ଟରରୁ ଜଣେ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି। ସେ ଜଣେ ସେନାର ଯବାନ। ସେ କିଛିଦିନ ତଳେ ପଞ୍ଜାବରୁ ଫେରି ଗ୍ରାମର ଭଞ୍ଜନଗର କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ଅବଧି ଶେଷ କରି ଶଙ୍କାରଖୋଲ ଶଶ୍ୱର ଘରକୁ ଆସିଥିଲେ। ତେବେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ଅଣାଯାଇ ରଖିବା ସହ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ବୁଧବାର ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ଉକ୍ତ ବ୍ୟକ୍ତି କିଛି ଦିନ ଧରି ତାଙ୍କ ଶ୍ୱଶୁର ଘରେ ରହିଥିବାରୁ ଏବଂ ତାଙ୍କ ଶଳା ବଜାରରେ ବୁଲାବୁଲି କରିଥିବାରୁ ସେହି ଅଞ୍ଚଳବାସୀ ଏବେ ଆଶଙ୍କାରେ ରହିଛନ୍ତି। ପ୍ରଶାସନ ତୁରନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ସହ ଅଞ୍ଚଳବାସୀଙ୍କ ସ୍ୱାବ୍ ପରୀକ୍ଷା କରିବାକୁ ସାଧାରଣରେ ଦାବି ହେଉଛି। ଏହି ପଜିଟିଭ୍ ଜଣଙ୍କୁ ମିଶାଇ ଜିଲ୍ଲାରୁ ୧୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ପୂର୍ବରୁ ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରଥିବା ବେଳେ ବୁଧବାର ଆଉ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି।