ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୧୩ରେ ପହଞ୍ଚିଛି। ସେହିପରି ଆଜିକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା ୩୦୫ରେ ପହଞ୍ଚିଥିବାବେଳେ ସକ୍ରିୟ ସଂଖ୍ୟା ୯୦ ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୨ ଥିବାର ଜଣାପଡ଼ିଛି।