ଆସନ୍ତାକାଲି ପ୍ରାକଶ ପାଇବ ଆଇସିଏସଇ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଆଇସିଏସଇ ପରିଚାଳିତ ୨୦୨୦ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। କଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନସ, ସିଆଇସିଏସଇ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ଣ ୩ଟାରେ ଏହି ଫଳ ପ୍ରକାଶ ପାଇବ। ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ବିଦ୍ୟାଳୟଗୁଡିକ ସେମାନଙ୍କ ଅଧ୍ୟକ୍ଷଙ୍କ ଲଗିନ ଆଇଡ଼ି ଓ ପାସ ୱାର୍ଡ଼ ଦେଇ ପରୀକ୍ଷା ଫଳ ଜାଣିପାରିବେ। ଏହି ଫଳାଫଳ ଦୁଇଟି ୱେବସାଇଟରେ ପ୍ରକାଶ ପାଇବ। ଦୁଇ ୱେବସାଇଟ ହେଉଛି  www.cisce.org ଏବଂ www.results.cisce.org ଯେଉଁଥିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ୟୁନିକ ଆଇଡି ଓ ଇଣ୍ଡେକ୍ସ ନମ୍ବର ଦେଇ ଫଳାଫଳ ଜାଣିପାରିବେ। ଅନ୍ୟପକ୍ଷରେ ଏସଏମଏସ ମାଧ୍ୟମରେ ଫଳାଫଳ ଜାଣିବା ପାଇଁ ମେସେଜ ବକ୍ସରେ ICSE ସ୍ପେସ ଦେଇ ନିଜର ୭ଟିକିଆ ୟୁନିକ ଆଇଡି ଟାଇପ କରି ୦୯୨୪୮୦୮୨୮୮୩କୁ ପଠାଇ ପାରିବେ।