କୋରାପୁଟରେ ପୁଣି ଜଣେ ପଜିଟିଭ

କୋରାପୁଟ,ଏନ୍ଏନ୍ଏସ୍: ସୋମବାର କୋରାପୁଟ ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୭୮୦୭ରେ ପହଞ୍ଚିଛି। ଜିଲ୍ଲାରେ ୨୭ ତାରିଖ ସଂନ୍ଧ୍ୟା ସୁଦ୍ଧା ୧ ଲକ୍ଷ ୭୩ ହଜାର ୧୩୬ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧ ଲକ୍ଷ ୭୨ ହଜାର ୯୬୯ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଥିବା ଜିଲ୍ଲା ପ୍ରଶାସନରୁ ସୂଚନା ମିଳିଛି। ସେଥିମଧ୍ୟରୁ ୭୮୦୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।