ମହିଳାଙ୍କୁ ହତ୍ୟାକରି ସୁନା ଓ ଟଙ୍କା ଲୁଟ୍

କୋଟପାଡ଼,ଏନ୍ଏନ୍ଏସ୍: ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା କୋଟପାଡ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ କୋଟପାଡ଼ ଥାନା ବଣ୍ଡାଗୁଡାର ହର୍ଷମଣି ବାଘ ବୋଲି ଜଣାପଡିଛି। ଏନେଇ ତାଙ୍କ ପୁତୁରା ପ୍ରେମ୍ ଲାଲ୍ ସିହ୍ନା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଚୋରି ସୁନା ଓ ନଗଦ ଟଙ୍କାର ପରିମାଣ ୬୦ ହଜାର ହେବ ବୋଲି ଜଣାପଡିଛି।