ବିଇଏମସି କର୍ମଚାରୀଙ୍କ କରୋନାରେ ମୃତ୍ୟୁ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ମହାନଗର ନିଗମ ହେଡ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଉପେନ୍ଦ୍ର ମାଝୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ବିଇଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉପେନ୍ଦ୍ର ଟାଟା ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ବିଇଏମସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ମହାନଗର ନିଗମ କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ବନ୍ଦ କରାଯାଇଛି। ତେବେ କୌଣସି ଗୁରୁତ୍ୱ ପୂର୍ଣ୍ଣ କାମ ଥିଲେ ଲୋକମାନେ ୦୬୮୦-୨୨୫୦୨୯୦ ନମ୍ବରରେ ଯୋଗାଯୋଗ କରିପାରିବେ।

ଅନ୍ୟପଟେ କରୋନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଛାଡି ବିଇଏମସିର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।