ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେବ ଡୋର ଟୁ ଡୋର ସ୍କ୍ରିନିଂ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ କରୋନା ସ୍ଥିତି ଅନିୟନ୍ତ୍ରିତ ହୋଇଛି। ପ୍ରତିଦିନ ଗଞ୍ଜାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନରେ ଚିନ୍ତା ଘାରିଛି। ଏନେଇ ପ୍ରଶାସନ ପକ୍ଷରୁ ‘ମିଶନ ଗଞ୍ଜାମ’ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଗଞ୍ଜାମର ଗ୍ରାମାଞ୍ଚଳମାନଙ୍କରେ ହେବ ହେଲଥ ସ୍କ୍ରିନିଂ। ସ୍ୱାସ୍ଥ୍ୟକର୍ମୀମାନେ ଘରଘର ବୁଲି ସ୍କ୍ରିନିଂ କରିବେ।

ସେହିପରି ପ୍ରଶାସନ ପକ୍ଷରୁ ଛତ୍ରପୁର, ଖଲିକୋଟ, ରମ୍ଭା, ପୁରୁଷୋତ୍ତମପୁର ଏନଏସି, କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା ଏନଏସିକୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସଟଡାଉନ ସମୟରେ ଉକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲାରହିବ ଓ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏଥିସହିତ ସହରର ପ୍ରବେଶ ପଥକୁ ସିଲ କରାଯାଇ ପୁଲିସ ମୁତୟନ କରାଯାଇଛି।

ସେହିପରି ଗତ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସଟଡାଉନ କରାଯାଇଥିଲା।