ନିତିଦିନ,ବ୍ୟୁରୋ: ବିଶ୍ୱର ବଡ ବଡ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର ଏକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଇ-କମର୍ସ ସଂସ୍ଥା ଆମାଜନ ସିଇଓ ଜେଫ୍ ବେଜୋସ, ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲଗେଟସ, ଟେଲସା ସିଇଓ ଏଲନ୍ ମସ୍କ, ଆପଲ ଓ ଉବେରର ଟ୍ୱିଟର ଏକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି।
ଏହି ଏକାଉଣ୍ଟ ଗୁଡ଼ିକୁ ହ୍ୟାକ୍ କରି ୧୦୦୦ ଡଲାର ଦେଲେ ୨୦୦୦ ଡଲାର ପାଇବେ ବୋଲି ହ୍ୟାକର ପୋଷ୍ଟ କରିଥିବା ଜଣାପଡ଼ିଛି। ଏନେଇ ଟ୍ୱିଟର ପକ୍ଷରୁ ସବିଶେଷ ଯାଞ୍ଚ କରାଯାଉଛି। ତେବେ ନାମି ବ୍ୟକ୍ତି ବିଶେଷଙ୍କ ସବୁତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ସାମୟିକଭାବେ ଏହି ବ୍ୟକ୍ତିବିଶେଷଙ୍କ ଟ୍ୱିଟର ଏକାଉଣ୍ଟ ବନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।