ଯାଜପୁରରେ ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏଥିସହ ଆଜି ମଧ୍ୟରେ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ତେବେ ଏହି କରୋନା ସଂକ୍ରମିତ ବ୍ୟକ୍ତି ଜଣକ ଯାଜପୁର ଜିଲ୍ଲାର। ଉକ୍ତ ବ୍ୟକ୍ତି ଜଣଙ୍କ ପୁରଷ ଓ ତାକୁ ୬୫ ବର୍ଷ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରନ୍ତଙ୍କ ଟ୍ରାଭେଲ ହିଷ୍ଟି ଦିଆଯାଇନଥିବା ବେଳେ ସେ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି। ଏଥିସହ ଯାଜପୁରରେ କରୋନାରେ ୫୪ ଜଣ ଆକ୍ରାନ୍ତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବାକି ୫୩ଜଣ ଚିକିତ୍ସିତ ହେଉଛନ୍ତି।