ମୁମ୍ବାଇର ଘରୋଇ ଡାକ୍ତରଙ୍କ ପାଇଁ କଡ଼ା ଚେତାବନୀ

ମୁମ୍ବାଇ: ଦେଶରେ କରୋନା ଯୋଗୁ ମୁମ୍ବାଇ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ମୁମ୍ବାଇରେ ହିଁ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିପାଇଁ ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ସମସ୍ତ ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ କରିବାର ଆଦେଶ ଜାରି କରିଛି। ଏହି ଡାକ୍ତରଙ୍କୁ କୋଭିଡ ହସ୍ପିଟାଲରେ ଅତି କମରେ ୧୫ ଦିନ କାମ କରିବାକୁ କୁହାଯାଇଛି। ଆଉ ଯଦି କୌଣସି ଘରୋଇ ଡାକ୍ତର ଏହି ଆଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ମୁମ୍ବାଇରେ ପାଖାପାଖି ୨୫ ହଜାର ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି।