ନଦୀରେ ଭାସିଯାଇ ଜଣେ ନିଖୋଜ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର କଳାହାଣ୍ଡି ସାହିର ଶୈଳ ଠାକୁର ନାମକ ଜଣେ ବ୍ୟକ୍ତି ଆଜି ପଡ଼ୋଶୀଙ୍କ ଦଶାହ କାର୍ୟ୍ୟ ଲାଗି ଦୋରାଗୁଡ଼ା ନଦୀ ଘାଟକୁ ଯାଇଥିଲେ। ଗାଧୋଇବା ସମୟରେ ଦୁର୍ଭାଗ୍ୟବଶତଃ ଗୋଡ଼ ଖସିଯିବାରୁ ନଦୀ ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ପରିବାର ଏବଂ ତାଙ୍କ ପଡ଼ୋଶୀ ଲୋକେ ଡଙ୍ଗା ମାଧ୍ୟମରେ ଏବଂ କିଛି ଲୋକ ପାଣି ଭିତରେ ବୁଡ଼ି ଖୋଜାଖୋଜି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଶୈଳ ନିଖୋଜ ଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସହ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମଧ୍ୟ ପାଣି ଭିତରକୁ ଯାଇ ଖୋଜାଖୋଜି ଆରମ୍ଭ କରିଛି। ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ମଧ୍ୟ ନିଖୋଜ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।