‘ଦିଲବର’ ଗୀତକୁ ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁଜ ମିଳିବା ପରେ ଇତିହାସ ରଚିଲେ ନୋରା

ମୁମ୍ବାଇ: ୨୦୧୮ରୁ ଏବେ ପର୍ଯ୍ୟନ୍ତ ନୋରା ଫତେହୀ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଚାଲିଛନ୍ତି। ଗୋଟିଏ ଗୀତ କିପରି ଜଣଙ୍କ ଭାଗ୍ୟ ବଦଳାଇ ଦିଏ ତାହା ନୋରାଙ୍କୁ ଦେଖି ଅନୁମାନ କରାଯାଇ ପାରିବ। ନିକଟରେ ତାଙ୍କ ସୁପରହିଟ ଗୀତ ‘ଦିଲବର’କୁ ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁଜ ମିଳିଛି। ଏଥିସହିତ ନୋରା ଆଫ୍ରିକୀୟନ ଆରୋବ ଦେଶର ପ୍ରଥମ ମହିଳା କଳାକାର ଯାହାଙ୍କ ଗୀତ ୟୁଟ୍ୟୁବରେ ୧ ବିଲିୟନ ଭ୍ୟୁଜ ହାସଲ କରିଛି। ଏପରି ଏକ ଇତିହାସ ରଚିଥିବାରୁ ନୋରା ଖୁବ୍ ଖୁସି ଅଛନ୍ତି। ଆଉ ଏହି ଖୁସିକୁ ସେ ଟି-ସିରିଜ ଅଫିସରେ ସେଲିବ୍ରେଟ କରିଛନ୍ତି। ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଟି-ସିରିଜ ତରଫରୁ ନୋରାଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏହି ଅବସରରେ ନୋରା ‘ଦିଲବର’ ଗୀତରେ ପିଲାଙ୍କ ସହ ନାଚିଥିଲେ।