ଏବେ ହେବନି ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଜାରି ରହିଥିବାବେଳେ ଏବେ ୟୁଜି, ପିଜି ପରୀକ୍ଷା ହେବନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଚିଠି ଲେଖିଛନ୍ତି। କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଯାଉଛି। କିନ୍ତୁ ଅଧିକାଂଶ ଛାତ୍ରୀଛାତ୍ରୀ ଏହାର ସୁବିଧା ପାଇପାରୁ ନାହାନ୍ତି। ଆଉ ଅନଲାଇନ ପାଠପଢ଼ା ବଳରେ ଏବେ ପରୀକ୍ଷା କରିବା ଉଚିତ ନୁହେଁ। କ୍ଲାସରୁମ ପାଠପଢ଼ା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।