ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଅଜଣା ଦୁର୍ବୁତ୍ତ ଜଣକ ସେହି ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ହତ୍ୟା କରିଛି । ଯୋଗେନ୍ଦ୍ର ଘରେ ଏକୁଟିଆ ରହୁଥିବାବେଳେ ତାଙ୍କ ପୁଅ ବୋହୁ ଝାରସୁଗୁଡ଼ାରେ ରହୁଥିବା ଜଣାପଡ଼ିଛି । ସେହିପରି କିଛି ବର୍ଷ ପୂର୍ବେ ଯୋଗୀନ୍ଦ୍ରଙ୍କ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ଯୋଗୀନ୍ଦ୍ରଙ୍କୁ କିଏ କାହିଁକି ହତ୍ୟା କଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଗତକାଲି ରାତିରେ ପଡ଼ୋଶୀ କଖାରୁମାଲ ସାହିରେ ରାତିସାରା ନାମଯଜ୍ଞ ଚାଲିଥିବାବେଳେ ହତ୍ୟାର ସୁରାକ ସେଠାରେ ଥିବା ସନ୍ଦେହ କରାଯାଇଛି । ସୂଚନା ପାଇ ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଢେଙ୍କାନାଳରୁ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଘଟଣାରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।