୧୪୬ ଦିନ ପରେ ଦିନକରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଆଜି ୧୫୯୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୧୪୬ ଦିନ ପରେ ଏତେ ମାତ୍ରାରେ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮ ହଜାର ୬୦୧ ହୋଇଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଜାରି ହୋଇଥିବା ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ୩, କର୍ଣ୍ଣାଟକ, ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତକଙ୍କ ସଂଖ୍ୟା ୫ଲକ୍ଷ ୩୦ହଜାର ୮୨୪ ହୋଇଯାଇଛି ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୭ଲକ୍ଷ ୨ହଜାର ୨୫୭ ହୋଇଯାଇଛି । ଅନ୍ୟପଟେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪ କୋଟି ୪୧ଲକ୍ଷ ୬୨ହଜାର ୮୩୨ରେ ପହଞ୍ଚିଛି । କରୋନା ବିରୋଧୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୨୨୦.୬୫ କୋଟି ଡୋଜ୍ ଦିଆଯାଇଛି ।