ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତ ମାନହାନି ମାମଲାରେ ୨ ବର୍ଷ ସଜା ଶୁଣାଇବା ପରେ ତାଙ୍କର ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି । ସଦସ୍ୟତା ଶେଷ ହେବା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଛି । କେରଲର ଆଭା ମୁରଲୀଧରନ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ।
ସୂଚନାଯୋଗ୍ୟ, କେରଳର ବାୟନାଡ଼ ସଂସଦୀୟ ସିଟର ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞନ୍ତି ଅନୁସାରେ ଅଯୋଗ୍ୟ ସମ୍ବନ୍ଧୀୟ ଆଦେଶ ମାର୍ଚ୍ଚ ୨୩ରୁ କାର୍ଯ୍ୟକାରୀ ହୋଇଛି ।