ବାରିପଦା,ଏନ୍ଏନ୍ଏସ୍ : ବାରିପଦା ଟାଉନ ଥାନା ପୁରୁଣା ହାଟସାହି ଆରଜି ବସ୍ତ୍ରାଳୟ ନିକଟ ଗଳିରେ ଥିବା ଏକ ଡ୍ରେନରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଉଦ୍ଧାର କରି ସ୍ଥାନୀୟ ପିଆରଏମ
ମେଡିକାଲ ଶବ ଗୃହରେ ରଖିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ତେବ ମୃତବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଡ୍ରେନରେ ପଡିଯିବାରୁ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।