ଘରପୋଡ଼ି ମାମଲାରେ ଜଣେ ଗିରଫ 

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅତାବିରା ଥାନା ଅମଲିପାଲି ପଞ୍ଚାୟତ ବାଟିମୁଣ୍ଡା ଗ୍ରାମରେ ତିନିମାସ ତଳେ ହୋଇଥିବା ଏକ ଘରପୋଡ଼ି  ମାମଲାରେ ଜଣେ ବ୍ୟକ୍ତିକୁ  ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବାଟିମୁଣ୍ଡା ଗାଁର କଲେକ୍ଟର ସାହୁ । ଗତ ମାର୍ଚ୍ଚ ୨୫ ତାରିଖ ରାତିରେ ଅଭିଯୁକ୍ତ ଜଣକ ବରାହକୃଟା ଗ୍ରାମର କିଶୋର ସାହୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୪୦ ବସ୍ତା ଧାନ, ଡିଜେଲ ପମ୍ପ, ସାର ୧୦ ବସ୍ତା, ବିଦ୍ୟୁତ ତାର ଆଦି ପୋଡ଼ିଯାଇଥିଲା।  ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ । ଅତାବିରା ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।