ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ପିପଲିମାଲ ପଞ୍ଚାୟତ କଦେଲପିଟା ଗ୍ରାମର ଉଜଲ ସା(୬୮) ବୋଲି ପୁଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ଗୁରୁବାର ସଂଧ୍ୟାରେ ଉଜଲ ନିଜ ମୋପେଡ଼ରେ ୧ କେଜି ଗଞ୍ଜେଇ ଚାଲାଣ କରୁଥିବାବେଳେ କଦେଲପିଟା ପେଟ୍ରୋଲ ପମ୍ପ ନିକଟରେ ବେଲପାହାଡ଼ ପୁଲିସ ହାତରେ ଧରା ପଡ଼ିଥିଲେ। ପୁଲିସ ଉଜଲକୁ ଗିରଫ କରିବା ସହ ତାଙ୍କ ଟିଭିଏସ ଏକ୍ସଏଲ ମୋପେଡ ଗାଡ଼ି, ପାଖରେ ଥିବା ମୋବାଇଲ ଓ ନଗଦ ୨ଶହ ଟଙ୍କା ଜବତ କରିଛି।