ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି -କାଲିମେଳା ମୁଖ୍ୟ ରାସ୍ତାରେ ଆଜି ଏକ ବାଇକ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ଜଣ ଗୁରୁତର ହୋଇଛନ୍ତି। କାଲିମେଳାରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଟ୍ରକ ଓ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଯାଉଥିବା ୨ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକମାନେ ହେଲେ ରାକେଶ ଓ ଜନ ମୁର୍ମୁ। ପରେ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛି।