ବେଆଇନ ବନ୍ଧୁକ ସହ ଯୁବକ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପାର୍ବଣ ଉପଲକ୍ଷେ ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ଥାନାଞ୍ଚଳରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ଏହି କ୍ରମରେ ବାରକୋଟ ଥାନା ପୁଲିସ ପକ୍ଷରୁ ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଜୟପିଛୁଳା ଗ୍ରାମର ମହାନ୍ତି ମୁଣ୍ଡା ନାମକ ଜଣେ ଯୁବକ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମହାନ୍ତିକୁ ବାରକୋଟ ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କେରକେଟ୍ଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ଉପସ୍ଥିତ ଥିଲେ ।