ମାସେ ବଢ଼ିଲା ହାଇସିକ୍ୟୁରିଟି ନମ୍ବରପ୍ଲେଟ ଅବଧି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ମାସେ ବଢ଼ିଲା । ଆଜି ସରିଥିବା ଡେଡଲାଇନ ଅକ୍ଟୋବର ୩୧ ଯାଏଁ ବଢ଼ିଲା । ଏନେଇ ଏସଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧,୨, ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଅକ୍ଟୋବର ୧ ହେଉଛି ଶେଷ ତାରିଖ । ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ ନଭେମ୍ବର ୩୦କୁ ବଢ଼ିବ। ୭ ଓ ୮ରେ ଶେଷ ହେଉଥିବା ନମ୍ବର ପାଇଁ ଡିସେମ୍ବର ୩୧କୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି । ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧କୁ ଡେଡଲାଇନ ସ୍ଥିର ହୋଇଥିବା ଜଣାପଡ଼ିଛି ।