ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ସମ୍ଭାଳିଲେ ସିଡିଏସ ପଦଭାର

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସିଡିଏସ ଭାବେ ଜେନେରାଲ ଅନିଲ ଚୌହାନ ଆଜି ପଦଭାର ସମ୍ଭାଳିଛନ୍ତି । ପଦଭାର ସମ୍ଭାଳିବା ପୂର୍ବରୁ ଜେନେରାଲ ଚୌହାନ ଆଜି ସକାଳେ ନ୍ୟାସନାଲ ୱାର ଜେନେରାଲ ପହଞ୍ଚି ବୀରଗତି ପ୍ରାପ୍ତ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜେନେରାଲ ଚୌହାନଙ୍କ ସହ ଏହି ସମୟରେ ତାଙ୍କ ପିତା ମଧ୍ୟ ଉପସ୍ଥିତ ଥିଲେ । ପରେ ନୂଆ ସିଡିଏସଙ୍କୁ ୩ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ଏୟର ଚୀଫ ମାର୍ଶଲ ବୀ ଆର ଚୌଧୁରୀ ଓ ସହନୌସେନା ମୁଖ୍ୟ ଭାଇସ ଏଡମିରଲ ଏସ ଏନ ଘୋରମାଡେ ମଧ୍ୟ ଉପସ୍ଥିତ ଥିଲେ ।