ଚୋରି ଅଭିଯୋଗରେ ଜଣେ ଗିରଫ; ଲାପଟପ୍ ଓ ସୁନାହାର ଜବତ

କୋରାପୁଟ,ଏନ୍ଏନ୍ଏସ୍: ଚୋରି ଅଭିଯୋଗରେ କୋରାପୁଟ ଟାଉନ ଥାନା ପୁଲିସ ଜଣଙ୍କୁ ଗିରଫ କରିଥିବାବେଳେ ଗିରଫ ଅଭିଯୁକ୍ତ ଠାରୁ ଏକ ଲାପଟପ୍ ଓ ସୁନା ଗହଣା ଜବତ କରାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।

ସବ-ଇନସପେକ୍ଟର ଚିତ୍ତ ରଞ୍ଜନ ପ୍ରଧାନୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ କୌଣସି ସୂତ୍ରରୁ ଖବରପାଇ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ତା’ ନିକଟରୁ ଏକ ଲିନୋଭୋ ଲାପଟପ୍, ହାର୍ଡ ଡିସ୍କ୍ ଓ ଗୋଟିଏ ସୁନା ହାର ଜବତ ହୋଇଛି। ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।