ଆସନ୍ତାକାଲି ସିଇଓ ପଦବୀରୁ ଇସ୍ତଫା ଦେବେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍

ନୂଆଦିଲ୍ଲୀ,ଏଜେନ୍ସି: ଅନଲାଇନ ସପିଙ୍ଗ ଦୁନିଆର ମହାରଥୀ ତଥା ଆମାଜନ କମ୍ପାନୀର ସିଇଓ ଜେଫ୍ ବେଜୋସ୍ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଆସନ୍ତାକାଲି ସେ କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବେ। ତାଙ୍କ ସ୍ଥାନ ନେବେ ଆମାଜନର କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ବିଜନେସ ସଞ୍ଚାଳକ ଆଣ୍ଡି ଜେସି।

ପ୍ରାୟ ୩୦ ବର୍ଷ ଯାଏଁ ସିଇଓ ପଦବୀରେ ଥିବା ଜେଫ ବେଜୋସ୍ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷର ନୂଆ ଭୂମିକାରେ ରହିବେ। ବେଜୋସ୍ ଏବେ ନୂଆ ସେକ୍ଟରରେ ଫୋକସ କରିବେ। ସେ ସ୍ପେସ ଫ୍ଲାଇଟ ମିଶନରେ କାମ କରୁଛନ୍ତି। ସେ ନିଜ କମ୍ପାନୀ ବ୍ଲୁ ଆମାଜନର ଚଳିତ ମାସରେ ସଞ୍ଚାଳିତ ହେବାକୁଥିବା ପ୍ରଥମ ସ୍ପେସ ଫ୍ଲାଇଟରେ ଯାତ୍ରା କରିବେ।