ବେଆଇନ ବିଦେଶୀ ମଦ ଗଚ୍ଛିତ ରଖିବା ଅଭିଯୋଗରେ ଜଣେ ଗିରଫ

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଟାଉନ୍ ଥାନା ପୁଲିସ ବିଦେଶୀ ମଦ ଗଚ୍ଛିତ ରଖିବା ଅଭିଯୋଗରେ ମଦ ସହ ଜଣକୁ ଗିରଫ କରିଛି। ଏନେଇ ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, କୌଣସି ଏକ ସୂତ୍ରରୁ ଖବର ପାଇ ମାଲକାନଗିରି ମୁଖ୍ୟ ରାସ୍ତା ବସଷ୍ଟାଣ୍ଡ ନିକଟରେ କେ.ମୁରଲୀ ନାମକ ଜଣେ ବ୍ୟକ୍ତି ବିଦେଶୀ ମଦ ଏମସି ଡୁଏଲସ ୪୨ ଲିଟର, କିଙ୍ଗଫିସର ବିୟର ୮୯ ବୋଟଲ, ଗୋଲ୍ଡ ଫରସଟ୍ ୧୬ ବୋଟଲ, ବ୍ଲେନଡରସ୍ ପ୍ରାଇଡ଼ ୧୨ ବୋଟଲ ଓ ରୋୟାଲ ଷ୍ଟାଗ୍ ୨୦ ବୋତଲ ଏଭଳି ମୋଟ ୭୫ ଲିଟର ଠିପି ବନ୍ଦ ବିଦେଶୀ ମଦ ଜବତ କରିଛନ୍ତି। ଏସମ୍ବନ୍ଧରେ ମାଲକାନଗିରି ଥାନାରେ ଅବକାରୀ ଧାରା ୫୨ ଅନୁସାରେ ମାମଲା ରୁଜୁ କରାଯାଇଛି।