ଦ୍ୱାଦଶ ପରୀକ୍ଷାକୁ ନେଇ ଆଜି ସଂନ୍ଧ୍ୟାରେ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଆଜି ସଂନ୍ଧ୍ୟାରେ ହେବାକୁ ଥିବା ଗୁରୁତ୍ୱପୂଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ପରୀକ୍ଷା ନେଇ ସମସ୍ତ ସମ୍ଭାବିତ ବିକଳ୍ପ ଉପରେ ଆଲୋଚନା କରାଯିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧୫ରୁ ଅଗଷ୍ଟ ୨୬ ପର୍ଯ୍ୟନ୍ତ ପରୀକ୍ଷା କରି ସେପ୍ଟେମ୍ବରରେ ଫଳାଫଳ ଘୋଷଣା କରିବାର ପ୍ରସ୍ତାବ ରଖିଥିଲା। ବୋର୍ଡ ୨ଟି ବିକଳ୍ପର ପ୍ରସ୍ତାବ ଦେଇଛି। ଦ୍ୱାଦଶ ପରୀକ୍ଷା କରାଇବାକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଉଛି। ଟିକାକରଣ ପରେ ପରୀକ୍ଷା କରାଇବାକୁ ଦିଲ୍ଲୀ ସମେତ ଅନେକ ରାଜ୍ୟ ମତାମତ ଦେଇଛନ୍ତି।