ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବନାଞ୍ଚଳ ବିଭାଗ ସାମାକୁଣ୍ଡ ଗ୍ରାମରେ ବାରାହା ଶୀକାର ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ସାମାକୁଣ୍ଡ ଗ୍ରାମ ନିକଟସ୍ଥ ଡୋକ୍ରାଯୋଡ଼ି ଜଙ୍ଗଲରେ ସନ୍ୟାସୀ ମୁଦୁଲି ନାମକ ବ୍ୟକ୍ତି ବାରାହା ଶୀକାର କରି ରୋଷେଇ କରୁଥିବାବେଳେ ଖବର ପାଇ ଗୋବିନ୍ଦପାଲ୍ଲୀ ସେକ୍ସନ ବନ ବିଭାଗ କର୍ମଚାରୀମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୬ କିଲୋ ମାଂସ ଓ ୫ କିଲୋ ସିଝା ମାଂସ ଜବତ କରିଛନ୍ତି। ଏହି ଚଢ଼ଉରେ ବନପାଳ ଦେବାଶିଷ ପ୍ରଧାନ, ବନରକ୍ଷୀ ତପନ କୁମାର ସାହା, ବନ୍ୟପ୍ରାଣୀ ସ୍କାଡ ଓ ପାରା ସ୍କାଡ ସାମିଲ ଥିଲେ।