ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଅବକାରୀ ବିଭାଗ କୋଲାବ ଛକରୁ ୧ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି। ଏନେଇ ଅବକାରୀ ନିରୀକ୍ଷକ ତେଜରାଜ ଯାନୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ବଡ଼ପଡ଼ାଗଡ଼ ଗ୍ରାମର ନବେଶ୍ୱର ଦୁର୍ଗା ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ଏକ ବାଇକକୁ ଅବକାରୀ ଟିମ୍ ୨୬ନଂ ଜାତୀୟ ରାଜପଥର କୋଲାବ ନଗର ଛକରେ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ପରେ ବାଇକ ଚାଳକ ନବେଶ୍ୱର ଦୁର୍ଗା ଏକ ଜରି ଅଖାରେ ଗଞ୍ଜେଇ ଚାଲାଣ କରୁଥିବା ଜଣା ପଡ଼ିଥିଲା। ଅବକାରୀ ବିଭାଗ କର୍ମଚାରୀ ବାଇକ ସହ ଗଞ୍ଜେଇକୁ ଜବତ କରି ନବେଶ୍ୱରକୁ ଗିରଫ କରିଥିଲେ। ଜରି ଅଖାରୁ ୧୧୪କିଲୋ ୯୦୦ଗ୍ରାମ୍ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ହେବ। ଏଥିସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଇନ୍ସପେକ୍ଟର ଶ୍ରୀ ଯାନୀ କହିଛନ୍ତି।