କେନ୍ଦ୍ରାପଡ଼ା ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପାଟଣା ପ୍ରେସ୍ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାଟଣା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଟଣା ପ୍ରେସ୍ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ ଓ ଗିରଫ କରିବା ଏବଂ ଓଡ଼ିଶାର ସମସ୍ତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଉଲ୍ଲେଖ କରାଯାଇଛି। ଏହି ସମୟରେ ପ୍ରେସ୍ କ୍ଲବ୍ କେନ୍ଦୁଝରର ଉପଦେଷ୍ଟା ରାହାସ ବିହାରୀ ପୃଷ୍ଟି, ସଭାପତି ମହେଶ୍ୱର ପୃଷ୍ଟି, ଉପସଭାପତି ରଞ୍ଜନ କୁମାର ବାରିକ, ସମ୍ପାଦକ ବିଜୟ ରତ୍ନ ପତି, ସହ ସମ୍ପାଦକ କାମିନୀ କାନ୍ତ ଦ୍ୱିବେଦୀ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମହାନ୍ତ, ସଦସ୍ୟ ସନ୍ତୋଷ କୁମାର ପତି, ବିଜୟ କାରୁଆ, ଅଞ୍ଜନ କୁମାର ରଣା ଓ ନିଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।