୧୮୫୦ ଲିଟର ପୋଚ ଓ ୬୫ ଲିଟର ମଦ ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ତେଜରାଜ୍ ଯାନୀଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ୧୮୫୦ ଲିଟର ପୋଚ ସହ ୬୫ ଲିଟର ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସନ୍ତୋଷ କୁମାର ବିଷୋୟୀ ଓ ମୀନକେତନ ବିଷୋୟୀ। ଅବକାରୀ ଟିମ୍ ପଣସପୁଟ ଓ ମୋହନପଡ଼ା ଗ୍ରାମରେ ଚଢ଼ଉ କରି ୯୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିବା ଶ୍ରୀ ଯାନୀ ସୂଚନା ଦେଇଛନ୍ତି। ସେହିପରି ଲମତାପୁଟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯୦୦ ଲିଟର ପୋଚ ନଷ୍ଟ କରାଯାଇ ଥିବାବେଳେ କୋରାପୁଟ ସଦର ଥାନା ବିଲାନସିଲ୍ ଗ୍ରାମରେ ୨୫ ଲିଟର ଦେଶୀମଦ ଜବତ କରାଯାଇଛି। ଏହି ସମୟରେ କୋରାପୁଟ ଇନ୍ସପେକ୍ଟର ଶ୍ରୀ ଯାନୀଙ୍କ ସହ ଡିଏଫଏସ୍ ଇନସପେକ୍ଟର ବିଘ୍ନେଶ୍ୱର ବାଣୁଆ, ସବଇନ୍ସପେକ୍ଟର ଖଗେଶ୍ୱର କୋଟା, କନେଷ୍ଟବଳ ତ୍ରିଲୋଚନ ରାଇଚେଟ୍ଟୀ, ଆର୍ ଭେଙ୍କେଟେଶ୍ୱର ରାଓ ଓ ଅନ୍ୟମାନେ ସାମିଲ ଥିଲେ।