କୋଶଳ ରାଜ୍ୟ ଦାବୀ ନେଇ ‘ହରଶଙ୍କରରୁ ଭୁବନେଶ୍ୱର ଚାଲ’ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ନେଇ କୋଶଲ ରାଜ୍ୟ ଗଠନ ଦାବୀରେ ଅଞ୍ଚଳରେ ବହୁବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ ପୁଣି ଏହି ଅଞ୍ଚଳରେ ଏକ ବିରାଟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟଙ୍କଧର ଗଡ଼ତ୍ୟାଙ୍କ ଅଧ୍ୟକ୍ଷତାରେ ଆସନ୍ତା ଡିସେମ୍ବର ୪ ତାରିଖରୁ ହରିଶଙ୍କର ପୀଠରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ କୋଶଲବାଦୀ କର୍ମୀ ଅଂଶଗ୍ରହଣ କରି ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ । ଏଥିସହିତ ଆସନ୍ତା ୪ ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଳ କୁମାର ଗୁରୁ କହିଛନ୍ତି । ଏଥିରେ ଡିଙ୍ଗର କୁମ୍ଭାର, ସୁବାସ ଆଚାର୍ଯ୍ୟ, ଜନସନ ନାଗ, ସନତ ଭୋଇ, ସୁଶୀଳ ନାୟକ, ଜୟନ୍ତ ମେହେର, ଡା. ବିପିନ ଖୁଲୁସିଆ ଓ ଚିନ୍ମୟ ସାହୁ ସମେତ ବହୁ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ପଦଯାତ୍ରା ହରିଶଙ୍କରରୁ ବାହାରି ପାଟଣାଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ଚାରିଛକ, ଦଶପଲ୍ଲା, ନୟାଗଡ଼, ଖୋର୍ଦ୍ଧା ପରେ ଭୁବନେଶ୍ୱରସ୍ଥିତ ନବୀନ ନିବାସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନ୍ୟତମ ଆବାହକ ଡିଙ୍ଗର କୁମ୍ଭାର ସୂଚନା ଦେଇଛନ୍ତି ।