ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ଫାଇନାଲରେ ଇଂଲଣ୍ଡ

ସିଡନୀ: ଟି-୨୦ ୱାର୍ଲ୍ଡକପର ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ଫଳରେ ନଭେମ୍ବର ୧୩ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଆଜିର ମ୍ୟାଚରେ ଭାରତ ୬ଟି ୱିକେଟ ହରାଇ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ମାତ୍ର ୧୬ ଓଭରରେ ବିନା କୌଣସି ୱିକେଟ ହରାଇ ଇଂଲଣ୍ଡ ୧୭୦ ରନ୍ ହାସଲ କରିବାରେ ସଫଳ ହୋଇଥିଲା । ଇଂଲଣ୍ଡ ଅଧିନାୟକ ଜୋସ ବଟଲର ୪୯ ବଲରେ ୮୦ ରନ୍ ହାସଲ କରିଥିବାବେଳେ ଏଲେକ୍ସ ହେଲ୍ସ ୪୭ ବଲରେ ୮୬ ରନ୍ କରିଥିଲେ । ଭାରତୀୟ ବୋଲର ଆଜି ଗୋଟିଏ ବି ୱିକେଟ ନେବାରେ ସକ୍ଷମ ହୋଇନଥିଲେ ।