ଦଶାହରେ ଯୋଗଦେବାକୁ ଯାଉଥିଲେ, ଘଟିଲା ଅଘଟଣ

ଉମରକୋଟ,ଏନ୍ଏନ୍ଏସ୍: ଜଣେ ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଯାଉଥିବା ବେଳେ ଘାଟିରେ ଅଟୋ ଓଲଟି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଚନ୍ଦାହାଣ୍ଡି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଆହତଙ୍କୁ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।