ଆଜି ସନ୍ନି ଦେଓଲଙ୍କ ଜନ୍ମ ଦିନ

ମୁମ୍ବାଇ,ଏଜେନ୍ସି: ଆଜି ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ସନ୍ନି ତାଙ୍କ ଅଭିନୟ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ‌ରେ ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ୧୯୮୫ରେ ଫିଲ୍ମ ‘ଅର୍ଜୁନ’ କରି ଆକ୍ସନ୍ ହିରୋ ଟ୍ୟାଗ ପାଇଥିଲେ। ଏହାପରେ ‘ଘାୟଲ’, ‘ଡର୍’, ‘ବର୍ଡର’, ‘ଜିଦ୍ଦି’, ‘ଗଦର’ ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। ସେହିପରି ଫିଲ୍ମ ଦାମିନିରେ ସନ୍ନି ଜାତୀୟ ପୁରସ୍କାର ପାଇଥିଲେ।

ସେହିପରି ସନ୍ନି ଦେଓଲ ତାଙ୍କ ପୁଅର ଡେବ୍ୟୁ ଚଳଚ୍ଚିତ୍ର ପାଲ ପାଲ ଦିଲ କେ ପାସର ନିର୍ଦ୍ଦେଶନା ଦେଇଥିଲେ।