ଅଲମ୍ପିକ କାଂସ୍ୟ ପଦକ ବିଜେତା ଲଭଲିନା ହେଲେ ଆସାମର ଡିଏସପି

ନୂଆଦିଲ୍ଲୀ: ଅଲମ୍ପିକ କାଂସ୍ୟ ପଦକ ବିଜେତା ଲଭଲିନା ବରଗହେଁ ଆସାମର ଡିଏସପି ଭାବେ ନିଯୁକ୍ତ ହୋଇଛନ୍ତି। ଲଭଲିନାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆସାମ ଡିଜିପି ଭାସ୍କରଜ୍ୟୋତି ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।

ଡିଜିପି ରୂପେ ପଦଭାର ଗ୍ରହଣ କରିବା ପରେ ଲଭଲିନା ବରଗହେଁ କହିଛନ୍ତି ଯେ, ଆସାମର ଡିଏସପି ରୂପେ ନିଯୁକ୍ତି ପାଇଥିବାରୁ ମୁଁ ଖୁବ୍ ଗର୍ବିତ ଅନୁଭବ କରୁଛି । ନିଜ ରାଜ୍ୟ ଓ ରାଜ୍ୟବାସୀଙ୍କୁ ସର୍ବତ୍କୃଷ୍ଟ ସେବା ପ୍ରଦାନ କରିବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ଏହି ଦିନଟି ମୋ ପାଇଁ ବେଶ୍ ସ୍ମରଣୀୟ ରହିବ।