ତାମିଲନାଡ଼ୁରେ ୧୧ଟି ନୂଆ ମେଡିକାଲ କଲେଜ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ତାମିଲନାଡ଼ୁରେ ୧୧ଟି ନୂଆ କଲେଜର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ପୂର୍ବ ତୁଳନାରେ ଗୋଡ଼ ପ୍ରତ୍ୟାରୋପଣ ୧ ତୃତୀୟାଂଶ ବଢ଼ିଯାଇଛି। ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଗରିବଙ୍କ ପାଖରେ ଉଚ୍ଚ ଗୁଣବତ୍ତା ଓ ଶସ୍ତା ସ୍ୱାସ୍ଥ୍ୟ ସେବା ପାଇବାର ସୁଯୋଗ ମିଳିବ।

ମୋଦୀ ଆହୁରି କହିଛନ୍ତି ଯେ, ୨୦୧୪ ପୂର୍ବରୁ ଆମ ଦେଶରେ ୩୮୭ ମେଡିକାଲ କଲେଜ ଥିଲା। ଆଉ ଏବେ ସେହି ସଂଖ୍ୟା ୫୯୬ରେ ପହଂଚିଛି। ଏହା ପାଖାପାଖି ୫୪ ପ୍ରତିଶତ ବଢ଼ିଯାଇଛି। ୨୦୧୪ ପୂର୍ବରୁ ୮୨ହଜାର ମେଡିକାଲ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ସିଟ ଥିଲା। କିନ୍ତୁ ଏହି ସଂଖ୍ୟା ବଢ଼ି ୧.୪୮ ଲକ୍ଷ ଯାହାକି ୮୦ ପ୍ରତିଶତ ବୃଦ୍ଧି ପାଇଛି।