ଆଶିଂକ ରୂପେ ସୈନିକ ପଛକୁ ହଟିଥିଲେ ମଧ୍ୟ ବିପଦ ଆଦୌ କମି ନାହିଁ: ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଜେନେରାଲ ଏନ ଏନ ନରବାଣେ ଚୀନ ସହ ଜାରି ରହିଥିବା ସୀମା ବିବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି। ନରବାଣେ କହିଛନ୍ତି ଯେ, ଆଶିଂକ ରୂପେ ସୈନିକ ପଛକୁ ହଟି ଯାଇଥିଲେ ମଧ୍ୟ ବିପଦ ଆଦୌ କମି ନାହିଁ। ଏଲଏସି ବିବାଦ ଉପରେ ଆଲୋଚନା ଜାରି ରହିଛି। ଏହି ସମୟରେ ଅଣପ୍ରବେଶର ଅନେକ ଚେଷ୍ଟା ବିଫଳ ହୋଇଛି।

ଭାରତର ଉତ୍ତରୀ ସୀମାରେ ଜାରି ରହିଥିବା ସ୍ଥିତିକୁ ନେଇ ସେନା ମୁଖ୍ୟ ଜେନେରାଲ ଏନ ଏନ ନରବାଣେ କହିଛନ୍ତି ଯେ, ଆମେ ଚୀନର ପୀପୁଲ୍ସ ଲିବ୍ରେସନ ପାର୍ଟି ସହ ଦୃଢ଼ ଭାବେ ମୁକାବିଲା ଜାରି ରଖିବୁ। କୌଣସି ଆକସ୍ମିକ ସ୍ଥିତିର ମୁକାବିଲା କରିବା ପାଇଁ ଜରୁରୀ ସୁରକ୍ଷା ପଦକ୍ଷେପ ନିଆଯିବ। ଉତ୍ତରୀ ସୀମା ପାଖରେ ବିକାଶ କାର୍ଯ୍ୟ ବ୍ୟାପକ ରୂପେ କରାଯାଉଛି। ଲଞ୍ଚପ୍ୟାଡରେ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିଛି। ଆସାମ ରାଇଫଲ୍ସ ବଟାଲିୟନ ବଢ଼ାଇବାର ଯୋଜନା କରାଯାଉଛି।