ଟ୍ରାକ୍ଟର ଧକ୍କାରେ ବୃଦ୍ଧା ମୃତ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍ରିଆମାଳ ଥାନ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ଣ ୧୦ଟାରେ ନାକ୍ଟିଦେଉଲ ଥାନା ଅନ୍ତର୍ଗତ କୁଟାସିଂଘା ଗ୍ରାମର କୁନି ମୁଣ୍ଡା(୭୦) କୌଣସି କାମରେ ତେଲିମୁଣ୍ଡା ଛକରୁ ନାକ୍ଟିଦେଉଲ ରାସ୍ତାରେ ଯାଉଥିବା ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟର  ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୁନିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲେକମାନେ ବୃଦ୍ଧାଙ୍କ ମୃତ ଦେହ ରଖି ରାଜପଥକୁ ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲା। ସେହିପରିରିଆମାଳ ଥାନା ପୁଲିସ ମୃତ ଦେହ ଓ ଟ୍ରାକ୍ଟରକୁ ଜବତ କରି ଏକ ମାମଲା ଋଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଗାଡି଼ ଚାଳକକୁ ଗିରଫ କରାଯାଇନାହିଁ।