‘ଟିଣ୍ଡର’ ଆପରେ ସମ୍ପର୍କ ପରେ ବ୍ଲାକମେଲିଂ ଘଟଣା, ୫ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ‘ଟିଣ୍ଡର’ ଆପ୍‌କୁ ନେଇ ବ୍ଲାକମେଲିଂ ହେଉଥିବା ଘଟଣା ରବିବାର ଚନ୍ଦ୍ରଶେଖରପୁର ପୁଲିସ ୫ଜଣଙ୍କୁ ଗିରଫ କରିଛି। ଏଥିରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ସେହିପରି ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ ସମେତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରାଯାଇଛି।

ସୂଚନାକ୍ରମେ ଟିଣ୍ଡର ଆପରେ ବ୍ୟାଙ୍କ ମ୍ୟାନେଜର ଥିବା ସୁନୀଲ ମିଶ୍ରଙ୍କ ସହିତ ସୋନପୁର ଅଞ୍ଚଳର ଏକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପରିଚୟ ହୋଇଥିଲା। ଏହାପରେ କିଛି କ୍ଷଣ ମଧ୍ୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ମାତ୍ର ୩ ଦିନର ସମ୍ପର୍କ ଭିତରେ ସୁନିଲଙ୍କର ଯୁବତୀଙ୍କ ସହିତ ପ୍ରେମ ହୋଇଯାଇଥିଲା। ଏହା ପରେ ସେମାନେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ। ଏହା ପରେ ସେମାନେ ଦେଖା ହୋଇ ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ତେବେ ସେଠାରେ ସେମାନଙ୍କ ଅଶ୍ଳୀଳ ଫଟୋ ଦେଖାଇ ଯୁବକଙ୍କୁ ବ୍ଲାକ୍‌ମେଲିଂଅପହରଣ, ଟଙ୍କା ଲୁଟ୍, ମରଣାନ୍ତକ ଆକ୍ରମଣ ଭଳି ଘଟଣା ଘଟିଥିଲା। ତେବେ ଏହି ଘଟଣାରେ ପୁଲିସ ତଦନ୍ତ କରୁଛି। ଘଟଣା ପଛରେ ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସନ୍ଦେହ କରୁଛି।