ପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତରେ ସକାଳୁ ସକାଳୁ ଏକ ବୃଦ୍ଧ ମହିଳା ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଶୌଚ ହେବାକୁ ଯିବା ସମୟରେ ଦେଖିଥିଲେ ପରେ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦାରିଙ୍ଗବାଡି ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଜଣାପଡିଥିଲା ମହିଳା ଜଣଙ୍କ ସ୍ଥାନୀୟ ଶ୍ରାନିକେତା ଗ୍ରାମର ଭୀମ ପ୍ରଧାନଙ୍କ ସ୍ତ୍ରୀ ତପିଶା ପ୍ରଧାନ। ମହିଳା ଜଣକ ମାନସିକ ରୋଗୀ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

ଗତକାଲି ସନ୍ଧ୍ୟା ୫ଟା ସମୟରେ ଘରେ ଥିଲେ। ପରେ ହଠାତ୍ କୁଆଡେ ଚାଲିଯାଇଥିଲେ। ତପିଶା ପ୍ରଧାନ ପରିବାର ଲୋକେ ରାତ୍ରି ସମୟରେ ବହୁ ଖୋଜା ଖୋଜି ପରେ ତପିଶାଙ୍କୁ ପାଇଁ ନଥିଲେ। ଆଜି ସକାଳୁ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଦରିଙ୍ଗବାଡି ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ବୃଦ୍ଧ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି।