ପାଟଣାଗଡ଼ର ରାଜ ଖମାରରେ ବିଜେପିର ବଳିଦାନ ଦିବସ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ରାଜଖମାରରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିରେ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ପ୍ରଥମେ ସ୍ୱର୍ଗତ ଶ୍ୟାମା ପ୍ରସାଦଙ୍କ ଫୋଟୋରେ ଦୀପ ଜାଳି ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ । ପରେ କନକ ବର୍ଦ୍ଧନ ଡା. ମୁଖାର୍ଜୀଙ୍କ ସଂଗ୍ରାମ ବିଚାରଧାରା ଓ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଜେପିର ନଗର ସଭାପତି ମୁନା ମହାନ୍ତି, ପ୍ରଦୀପ ବଂଶଲ, ସନ୍ତୋଷ ମେହେର, ରମା ହୋତା, ରାଧେ ଦରୁଆନ, ଅଶୋକ କୁଅଁର, ବଲ୍ଲଭ ଧରୁଆ, ମାଣିକ ସାହୁ ଓ ସୁଶାନ୍ତ ଦାସଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।