ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୂଆସାହିସ୍ଥିତ ଆମ୍ବସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ସାମ୍ନାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଟାଙ୍ଗିଆରେ ଶକ୍ତ ପ୍ରହାର କରିବାରୁ ସେ ସେଠାରେ ହିିଁ ପ୍ରାଣ ହରାଇଥିଲେ । ମୃତକ ଜଣକ ହେଲେ ଦେବରାଜ ବାଗ(୫୫) । ସାହି ବାସିନ୍ଦା ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ସଠିକ କାରଣ ଜଣାପଡ଼ି ନଥିବାବେଳେ ପୂର୍ବ ଶତ୍ରୁତା ଥିବା ନେଇ ସାହି ବାସିନ୍ଦାଙ୍କଠାରୁ ଜଣାପଡ଼ିଛି । ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାରୀ ଯୁବକକୁ ଅଟକ ରଖି ପଚରାଉଚୁରା କରିଥିଲା । ଏହାସହ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ନେଇ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।