ଚନ୍ଦ୍ରାୟନ-୩ର ପ୍ରୋପଲସନ ମୋଡ୍ୟୁଲରୁ ଅଲଗା ହେଲା ଲେଣ୍ଡର

ବାଙ୍ଗାଲୁରୁ: ଚନ୍ଦ୍ରାୟନ-୩କୁ ନେଇ ଇସ୍ରୋ ପକ୍ଷରୁ ବଡ଼ ସୂଚନା ପ୍ରଦାନ କରାଯାଇଛି । ଚନ୍ଦ୍ରାୟନ-୩ର ଲେଣ୍ଡରକୁ ସଫଳତାପୂର୍ବକ ପ୍ରୋପଲସନ ମୋଡ୍ୟୁଲଠୁ ଅଲଗା କରିଦିଆଯାଇଛି । ଏହାର ଅର୍ଥ ଲ୍ୟାଣ୍ଡର ଆଗାମୀ ଯାତ୍ରା ଏକାକୀ ସ୍ଥିର କରିବ । ଅବତରଣ ପୂର୍ବରୁ କକ୍ଷ ପଥରୁ ଲ୍ୟାଣ୍ଡର ମଡ୍ୟୁଲ ନିମ୍ନକୁ ଯିବ । କାଲି ଅପରାହ୍ନ ୪ଟା ସୁଦ୍ଧା ନିମ୍ନ କକ୍ଷ ପଥକୁ ଯିବାର ସମ୍ଭାବନା ରହିଛି ।

ଇତିମଧ୍ୟରେ ପ୍ରୋପଲସନ ମୋଡ୍ୟୁଲ ଲଗାତାର ଏହି ପଥରେ ବୁଲିବା ସହ ଇସ୍ରୋକୁ ପୃଥିବୀ ସମ୍ବନ୍ଧରେ ଅନେକ ତଥ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବ ।