ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶର ୨୩୦ ସିଟରୁ ୩୯ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି । ଏଥିରେ ୫ ମହିଳାଙ୍କ ନାଁ ମଧ୍ୟ ସାମିଲ ରହିଛି । ଏହି ସୂଚୀରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ସାମିଲ ନାହିଁ ।

ସେହିପରି ଛତିଶଗଡ଼ ପାଇଁ ୫ ମହିଳାଙ୍କ ସମେତ ୨୧ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କ ନାଁ ମଧ୍ୟ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।