ଜହ୍ନେଇ ନାଳରେ ବୁଡ଼ି ବୃଦ୍ଧ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବଲାଣିପଶି ଗ୍ରାମର ଜହ୍ନେଇ ନାଳରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣିଆ ଗ୍ରାମର ତନୁରାମ ମହାନ୍ତ(୬୦)। ମିଳିଥିବା ରିପୋର୍ଟ ମୁତାବିକ, ତନୁରାମ ଶ୍ୱଶୁର ଘରକୁ ଆସିଥିବାବେଳେ ଜହ୍ନେଇ ନାଳକୁ ଯାଇଥିଲେ। ଉକ୍ତ ନାଳରେ ପୋଲ ନିର୍ମାଣ କାର୍ୟ୍ୟ ଚାଲୁଥିବାରୁ ନାଳର ପାଣିକୁ ବନ୍ଧ ବାନ୍ଧି ରଖାଯାଇଥିଲା। ତେବେ କୌଣସି କାରଣରୁ ସେ ସେଠାରେ ପଡ଼ି ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ମେଡିକାଲକୁ ପଠାଇଛନ୍ତି । ଏନେଇ ତୁରୁମୁଙ୍ଗା ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।